ଟ୍ରେଣ୍ଡ୍‌ସ ପକ୍ଷରୁ ‘ସ୍ବାଗତମ୍ ଶ୍ରୀଗଣେଶ’ ପ୍ରତିଯୋଗିତାର ବିଜେତା ଘୋଷଣା

ଭୁବନେଶ୍ବର: ରିଲାଏନ୍ସ ଟ୍ରେଣ୍ଡସ୍ ପକ୍ଷରୁ ଟ୍ରେଣ୍ଡସ୍ ସ୍ବାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା-୨୦୨୨ର ବିଜେତା ଘୋଷଣା କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ଆକର୍ଷଣୀୟ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍ ସ୍ବାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ସମସ୍ତ ୯ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଟ୍ରେଣ୍ଡସ୍ ସ୍ବାଗତମ୍ ଶ୍ରୀଗଣେଶ ସେଲ୍‌ ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ବିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର। ସେହିଭଳି ଟ୍ରେଣ୍ଡସ୍ ସ୍ବାଗତମ୍ ଶ୍ରୀଗଣେଶ ଚିତ୍ରାଙ୍କନ ପ୍ରତିଯୋଗିତାର ୫-୧୦ ବର୍ଷ ବୟସ ବର୍ଗରେ କଟକର ରୁପ୍‌ସା ନାୟକ ପ୍ରଥମ ପୁରସ୍କାର ଜିତିଥିବା ବେଳେ ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ କଟକର ସାଗରିକା ସାମଲ ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି। ୫-୧୦ ବର୍ଷ ବୟସ ବର୍ଗରେ ନିମାପଡ଼ାର ସିଦ୍ଧି ବୈଷ୍ଣବୀ ଓ ଭୁବନେଶ୍ବରର ଆଦ୍ୟାଶା ବିଶ୍ବାଳ ଦ୍ବିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି।

ସେହିପରି ୧୧ ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ପାରାଦୀପର ସ୍ନେହା ଚମ୍ପତି ଓ ଅନୁଗୁଳର ପ୍ରିୟା ନାୟକ ଦ୍ବିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସମସ୍ତ ପ୍ରଥମ ପୁରସ୍କାର ବିଜେତାକୁ ୩୧ ହଜାର ଟଙ୍କା ମୂଲ୍ୟର ପୁରସ୍କାର ଦିଆଯାଇଥିବା ବେଳେ ଦ୍ବିତୀୟ ପୁରସ୍କାର ବିଜେତାମାନେ ୨୧ ହଜାର ଟଙ୍କା ମୂଲ୍ୟର ପୁରସ୍କାର ଓ ତୃତୀୟ ପୁରସ୍କାର ବିଜେତାମାନେ ୧୧ହଜାର ଟଙ୍କା ମୂଲ୍ୟର ପୁରସ୍କାର ଜିତିଛନ୍ତି।

ସମ୍ବନ୍ଧିତ ଖବର