ସିଭି ରମଣ ଇଂଜିନିୟରିଂ କଲେଜରେ ‘ସେଲିଗାନ୍‌ସ-୨୦୧୮’

ଭୁବନେଶ୍ୱର : ସମ୍ପ୍ରତି ଡିଜିଟାଲ ଯୁଗରେ ଟେକ୍ନୋକ୍ରାଟ୍‌ସମାନେ ଦେଶର ଭବିଷ୍ୟତ। ଗୋଟିଏ ଦେଶ ବା ଜାତିର ସମୃଦ୍ଧି ସେହି ଦେଶର ଯୁବ ଟେକ୍ନୋକ୍ରାଟ୍‌ସମାନଙ୍କ ଉପରେ ନିର୍ଭରଶୀଳ। ସେମାନେ କୃଷି କ୍ଷେତ୍ରରୁ ଆରମ୍ଭ କରି ଶିଳ୍ପଜଗତ ସହ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଗୋଟିଏ ଦେଶର ଯୁବ ପିଢ଼ି ଟେକ୍ନୋଲୋଜିରେ ଯେତେ ସମୃଦ୍ଧ ସେହି ଦେଶ ସେତେ ସମୃଦ୍ଧ, ବିତ୍ତଶାଳୀ ଓ ଶକ୍ତିଶାଳୀ। ଶୁକ୍ରବାର ରାଜଧାନୀ ଉପକଣ୍ଠ ସିଭି ରମଣ ଇଂଜିନିୟରିଂ କଲେଜର ବାର୍ଷିକ ଉତ୍ସବ ସେଲିଗାନ୍‌ସ-୨୦୧୮ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ.ଏସ୍‌ ସି ଜମିର୍‌ ଏହା କହିଛନ୍ତି। ଇଂଜିନିୟରିଂକୁ ନିଜର କ୍ୟାରିଅର୍‌ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ଛଳରେ ସେ କହିଲେ ଯେ ବର୍ତମାନ ମାନବ ସମାଜ ପାଇଁ ବହୁ ଜଟିଳ ସମସ୍ୟା ଓ ସଂକଟ ସୃଷ୍ଟି ହୋଇଛି। ସେଗୁଡ଼ିକ କେବଳ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ହିଁ ସମାଧାନ ହୋଇପାରିବ।

ଏହି ଅବସରରେ କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ଇତିପ୍ରିୟାଙ୍କୁ କଲେଜ ଟପ୍ପର ଓ କେମିକାଲ୍‌ ଇଂଜିନିୟରିଂ ଛାତ୍ର ବିଶ୍ୱରଂଜନ ପାତ୍ରଙ୍କୁ ସର୍ବଗୁଣ ସମ୍ପନ୍ନ ଛାତ୍ରଭାବେ ସମ୍ବର୍ଧନା ଦିଆଯାଇଥିଲା। ସିଭି ରମଣ ଇଂଜିନିୟରିଂ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ୍‌ ସଂଜୀବ ରାଉତ ନିଜ ବକ୍ତବ୍ୟରେ ମଣିଷ ଜୀବନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପକାରିତା ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଭବେଶ ଭଟ୍ଟାଚାର୍ଯ୍ୟ ଓ ଡିନ୍‌ ଅଶ୍ୱିନୀ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର