ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ବାର୍ଷିକ ଉତ୍ସବ

ଭୁବନେଶ୍ବର: ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ମଞ୍ଚେଶ୍ୱରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ରେଲୱେ ଇନଷ୍ଟିଚ୍ୟୁଟ୍ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ମୁଖ୍ୟ ପରିଚାଳକ ସୁଭାଷ ଚନ୍ଦ୍ର କର, ସମ୍ମାନିତ ଅତିଥି ଭାବେ ପ୍ରମୋଦ ବେହେରା ଯୋଗ ଦେଇଥିଲେ।

ଏହି ଅବସରରେ ଶିଶୁ ନିକେତନ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ‌ରେ କାରଖାନାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ମହିଳା କଲ୍ୟାଣ ସଙ୍ଗଠନର ସମ୍ପାଦିକା ଦେବବାଳା ମିଶ୍ର, ବିଦ୍ୟାଳୟର ଇନ୍‌ଚାର୍ଜ ସୁଜାତା ବେହେରା, ନୃତ୍ୟକଳା କେନ୍ଦ୍ରର ଇନଚାର୍ଜ ରଶ୍ମିରେଖା ବେହେରା ତଥା ଅନ୍ୟ ସମସ୍ତ ସଦସ୍ୟାବୃନ୍ଦ ଉପସ୍ଥିତ ଥିଲେ। ଏହାବ୍ୟତୀତ ଶିଶୁ ନିକେତନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ। ଅନୁଷ୍ଠାନର ସଭାନେତ୍ରୀ ନିବେଦିତା କର ସଭାପତିତ୍ବ କରିଥିଲେ।

ସମ୍ବନ୍ଧିତ ଖବର