ଜୀବନ ଜାଗୃତି ୱେଲଫେୟାର ଟ୍ରଷ୍ଟର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର: ନାଲ୍‌କୋ ଛକସ୍ଥିତ ଆରଏମ୍‌ଆର୍‌ସି ପ୍ରେକ୍ଷାଳୟରେ ଜୀବନ ଜାଗୃତି ୱେଲଫେୟାର୍‌ ଟ୍ରଷ୍ଟର ପ୍ରଥମ ବା‌ର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆଇଏଏସ୍‌ ବିଶାଲ‌ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତେ ସମାଜସେବା କରିବାର ଆବଶ୍ୟକ ରହିଛ‌ି ବୋଲି ପରାମର୍ଶ ଦେଇଥିଲେ।

ଏନ୍‌ଟିପିସି ନିର୍ଦ୍ଦେଶକ ଅସୀମ କୁମାର ଗୋୟାଲ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ପକ୍ଷରୁ ବର୍ଷତମାମ ହେଉଥିବା ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ଅରୋରା ଏବଂ ଅଧ୍ୟକ୍ଷ ଡା. ସୁନୀଲ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିଥିମାନେ ଟ୍ରଷ୍ଟର ସ୍ମରଣିକା ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର