ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆଦିମାତା କଲୋନୀସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି, ପୂର୍ବାଞ୍ଚଳ ମଣ୍ଡଳ ମୁଖ୍ୟ ଲୀନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ୧୨ ନମ୍ବର ୱାର୍ଡ କର୍ପୋରେଟର ଜୟନ୍ତୀ ସାହୁ, ଦମୟନ୍ତୀ, ଉପେନ୍ଦ୍ର ଚୌଧୁରୀ, ଯୁବନେତା ପ୍ରସନ୍ନ କୁମାର ସାହୁ, ଓଡ଼ିଶା ସେବକ ସଂଘର ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଆଶ୍ରମର ପରିଚାଳକ ମଣି ଭଉଣୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରୀ ସରସୀତା ରାଉତଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୀରା, ଶୁଚିସ୍ମିତା, ମିନାକ୍ଷୀ, ମଞ୍ଜୁ, ସୁଜାତା, ସୂର୍ଯ୍ୟାଂଶୀ, ରଶ୍ମି, ରାନୀ ଓ ମୋନି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର