ରେନ୍‌ବୋ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ବର: ରେନ୍‌ବୋ ଇଣ୍ଟରନ୍ୟାସନଲ ସ୍କୁଲ (କ୍ୟାମ୍ପସ -୧)ରେ ବାର୍ଷିକ ଉତ୍ସବ ‘ଆରୋହନ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶକ ସଂଘମିତ୍ରା ପତି ମୁଖ୍ୟଅତିଥି, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନି‌ର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଉପନିର୍ଦ୍ଦେଶକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ସ୍କୁଲର ସଭାପତି ଅରୁଣ ମହାରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ମାହୋତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ସ୍କୁଲର ମେଧାବୀ ଛାତ୍ରଛାତ୍ରୀ, ଅବିଭାବକମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ମଧୁମିତା ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର