ଆସାମ ରାଇଫଲ୍‌ସର ବାର୍ଷିକ ସମାରୋହ

ଖଣ୍ଡଗିରି: ଆସାମ ରାଇଫଲ୍‌ସର ୧୮୮ତମ ବାର୍ଷିକ ସମାରୋହ ଏଜି କଲୋନିସ୍ଥିତ ରାଧାମାଧବ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ସୈନିକଙ୍କ ଉଦ୍ଦେଶ୍ୟରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ ବୋଲି କମାଣ୍ଡାଣ୍ଟ ମତାପସାଦ ରାଓ ସୂଚନା ଦେଇଥିଲେ।

ନାୟକ ସୁବେଦାର ସଞ୍ଜୟ କୁମାର ସ୍ବାଗତ ଭାଷଣ ଓ ସୁବେଦାର ମେଜର କ୍ଲର୍କ ସିରିଲ୍‌ ଏକ୍କା ଧନ୍ୟବାଦ ଦେଇଥିଲେ। କାର୍ଯକ୍ରମରେ ରାଇଫଲ ମ୍ୟାନ୍‌ ଜିଡି କେ. ମହାପାତ୍ର, ଗଦାଧର ବିଶ୍ବାଳ, ସୁବେଦାର ମଙ୍ଗରାଜନ୍‌, ୱାରେଣ୍ଟ ଅଫିସର ଏମ୍.କେ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର