ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ : ମନ ଜିଣିଲେ ବର୍ଷା, ସବ୍ୟସାଚୀ ଓ ବୁଦ୍ଧାଦିତ୍ୟ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନାଟ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଭିନେତ୍ରୀ ବର୍ଷା ପ୍ରି୍ରୟଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ସମୟର ସଦୁପଯୋଗ କରିବା ସହିତ ପିତାମାତାଙ୍କ କଥା ମାନିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଯୋଗ ଦେଇ ତାଙ୍କ ମା’ ଏହି ମହାବିଦ୍ୟାଳୟର ଅଧ୍ୟାପିକା ଥିଲେ ଓ ସେ ଅତିଥି ଭାବେ ଯୋଗ ଦେଇ ଗର୍ବିତ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇ କଲେଜ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଦୀପ୍ତିରେଖା ପାଢ଼ୀ ସମସ୍ତଙ୍କୁ ଗୀତ ଗାଇ ଶୁଣାଇଥିଲେ। କୁଳପତି ପଦ୍ମଜା ମିଶ୍ର ଓ କୁଳ ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍ସବରେ ପିଜି କାଉନସିଲର ଅଧ୍ୟକ୍ଷ ସୀତାଂଶୁ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ନାଟ୍ୟ ପରିଷଦର ଉପାଧ୍ୟକ୍ଷା ଅପରାମିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟ ସଂପାଦିକା ଅଙ୍କିତା ମହନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶୁଭସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର