ବିଜେଇଏମ୍ ସ୍କୁଲ-୨ର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ଆପ୍ରେଣ୍ଟିସ୍ ଅଧ୍ୟାପନା’ ଅନୁଷ୍ଠିତ

ଭୁବନେଶ୍ବର: ସ୍ଥାନୀୟ ସତ୍ୟଭାମାପୁରସ୍ଥିତ ବିଜେଇଏମ୍ ସ୍କୁଲ-୨ରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ଆପ୍ରେଣ୍ଟିସ୍ ଅଧ୍ୟାପନା’ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ସରକାରୀ ତଥା ବେସରକାରୀ ବିଦ୍ୟାଳୟର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ଏଥି ସହିତ ବିଦ୍ୟାଳୟର ଏ.ଟି.ଏଲ କମୁ୍ୟନିଟି ଶିକ୍ଷା ତରଫରୁ ତିନିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସଭାପତି
ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା ଓ ବିଦ୍ୟାଳୟର ଅଧ୍ୟକ୍ଷା ଅଳକା ମହାନ୍ତି ଓ ଉପାଧ୍ୟକ୍ଷ ଡଃ. ମନୋରଞ୍ଜନ ବେଜ ତଥା ମୁଖ୍ୟ ବକ୍ତା ପ୍ରବିନ୍ ଅଗ୍ରୱାଲ(ସିଇଓ ମଧୁକୁଞ୍ଜ), ମୁଖ୍ୟ ଅତିଥି ଡଃ ସିମା ବାହିନୀପତି ଶିଶୁମାନଙ୍କର ବିଭିନ୍ନ ପ୍ରକଳ୍ପଗୁଡିକୁ ମୂଲ୍ୟାଙ୍କନ କରିଥିଲେ ।

ଏହି ଅବସରରେ ଆୟୋଜିତ ବିଶେଷ ସଭାରେ ନିମନ୍ତ୍ରିତ ଅତିଥିମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ବିଜ୍ଞାନର ଭୂମିକା ଉପରେ ଏକ ମହତ୍ୱପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଉସôବଟିକୁ ଅଧିକ ଆକର୍ଷଣୀୟ କରାଯାଇ
ପାରିଥିଲା । ବିଦ୍ୟାଳୟର ସମସ୍ତ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ଏ.ଟି.ଏଲ ସଗଂଠକମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରକଳ୍ପ ଗୁଡିକ ପରିଚାଳିତ ହୋଇଥିଲା । ଶେଷରେ ବିଦ୍ୟାଳୟର ଆଡମିନ୍ ସୁପରଭାଇଜର୍ ଅନୁଶୁୟା ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର