ବାରଙ୍ଗ : ବାରଙ୍ଗ ବ୍ଲକ ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମ ସ୍ଥିତ ରାଜ ରାଜେଶ୍ୱରୀ ମହାଲକ୍ଷ୍ମୀ ଦେବୀଙ୍କ ପୀଠରେ ୪୩ ତମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ବୁଧବାର ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ରୋଷଣିରେ ପୁରୀ ମୁଖ୍ୟ କେନାଲରୁ ୧୦୮ କଳସ ଜଳ ଶୋଭାଯାତ୍ରାରେ ଅଣାଯାଇ କୁମ୍ଭ ସ୍ଥାପନ ପରେ ଉତ୍ସବର ଆରମ୍ଭ ହୋଇଛି। ଗୁରୁବାର ସକାଳୁ ଗୁରୁ ପୂଜା ପରେ ଅଗ୍ନି ସ୍ଥାପନ କରି ଘୃତ ଯଜ୍ଞ ଆରମ୍ଭ କରାଯିବ। ମା’ ନାନା ଅଳଙ୍କାର ଓ ପୁଷ୍ପ ଭୂଷିତ ହୋଇ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେବେ। ମନ୍ଦିର ପ୍ରଶାସନ ତରଫରୁ କ୍ଷୀରି ଭୋଗ ଲାଗି କରାଯିବ। ରବିବାର ପୂର୍ଣ୍ଣାହୁତି ଶେଷ ପର୍ଯ୍ୟନ୍ତ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିବ। ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଦୈନଦିନ ସାନ୍ଧ୍ୟ ଅଧିବେଶନରେ କୀର୍ତ୍ତନ, ପାଲା ଓ ଭଜନ ପରିବେଷଣର ଆୟୋଜନ କରାଯାଇଛି।