ଓଡିଏମ୍‌ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ : ‘ପିତାମାତାଙ୍କ ସେବା ପ୍ରକୃତ ମାନବ ଧର୍ମ’

ଚନ୍ଦ୍ରଶେଖରପୁର : ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ଶକ୍ତି। ସେମାନଙ୍କୁ ଆରମ୍ଭରୁ ସଠିକ୍‌ ମାର୍ଗଦର୍ଶନ ଦେଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ। ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ସହ ଛାତ୍ର ସମାଜର ଚରିତ୍ର ଗଠନ ତଥା ଦେଶ ଓ ଜାତିର ଉନ୍ନତିରେ ସହାୟକ ହୋଇପାରିବ। ଏ କ୍ଷେତ୍ରରେ ପିତାମାତା, ଶିକ୍ଷକ ଏବ˚ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ବପୂର୍ଣ୍ଣ। ପୂଜ୍ୟପୂଜା ଉତ୍ସବର ପ୍ରଶ˚ସା କରିବା ସହ ଜୀବନ୍ତ ଦେବତାତୁଲ୍ୟ ପିତାମାତାଙ୍କ ସେବା ହିଁ ପ୍ରକୃତ ମାନବ ଧର୍ମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।

ପଟିଆସ୍ଥିତ ଓଡିଏମ୍‌ ପବ୍ଳିକ୍‌ ସ୍କୁଲର ୩୦ତମ ବାର୍ଷିକୋତ୍ସବ ‘ସ୍ପେକ୍ଟ୍ରା-୨୦୧୯’ ତଥା ପୂଜ୍ୟପୂଜା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେ ଏହି ପରାମର୍ଶ ଦେଇଛନ୍ତି।

ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ସ୍କୁଲର ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସା˚ସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମା’, ମାଟି ଓ ମାତୃଭାଷାର ସମ୍ମାନ ପାଇଁ କାର୍ଯ୍ୟ କରିବା ସହ ସକରାତ୍ମକ ଚିନ୍ତାଧାରା ନେଇ ଜେଜେବାପା, ଜେଜେମା’ଙ୍କୁ ସମ୍ମାନ ଦେଲେ ସମାଜରେ ଭଲ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅଧ୍ୟକ୍ଷ ଶ୍ରୀ ମୀନକେତନ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ୩୦ ବର୍ଷ ଧରି ଓଡିଏମ୍‌ କିଭଳି ଯାତ୍ରା ଅବ୍ୟାହତ ରଖିଛି ତାହାର ଏକ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ବୈପ୍ଳବିକ ପରିର୍ବନ ଆଣିବା ପାଇଁ ନନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଓ ଉପ-ନିର୍ଦ୍ଦେଶକ ସ୍ବୟ˚ ସତ୍ୟେନ୍ଦୁ ଆଲୋକପାତ କରିଥିଲେ। ଏହି ଅବସରରେ ମେଧାବୀ ଓ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କ ପାଇଁ ଦୁଇ କୋଟି ଟଙ୍କାର ବୃତ୍ତି ଅନୁଦାନ ମଞ୍ଜୁର ହୋଇଥିଲା। ଶ୍ରୀ ମୀନକେତନଙ୍କ ଦ୍ବାରା ରଚିତ ପୁସ୍ତକ ‘ଚେଞ୍ଜ୍‌ ୟୋର‌୍‌ସେଲ୍ଫ, ୟୁ କ୍ୟାନ୍‌ ଚେଞ୍ଜ୍‌ ଦି ୱାର୍ଲ୍ଡ’ର ଲୋକାର୍ପଣ ସହ ଓଡିଏମ୍‌ ଆପ୍‌, ଦୁଃସ୍ଥ ଓ ଅବହେଳିତ ପିଲାଙ୍କ ପାଇଁ ‘ଆସିୟାନା’ ନାମରେ ଏକ ଆବାସିକ ସ୍ଥଳୀ, ଓଡିଏମ୍‌ ଏଫ୍‌ଏମ୍‌ ଚ୍ୟାନେଲ୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସା˚ସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର