ଭୁବନେଶ୍ୱର : ବାପୁଜୀନଗର ଦୁର୍ଗା ମନ୍ଦିରର ୪୭ତମ ବାର୍ଷିକ ଉତ୍ସବ ଏବଂ ଦ୍ୱିତୀୟ ବିଶ୍ୱଶାନ୍ତି ଯଜ୍ଞ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ଏନେଇ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ଟ୍ରଷ୍ଟି ରାଧାବଲ୍ଲଭ ସିଂହଙ୍କ ନେତୃତ୍ୱରେ ଆୟୋଜିତ କଳସ ଶୋଭାଯାତ୍ରାରେ ଟୁକୁ ସାମନ୍ତରାୟ, ଦୁର୍ଗାପ୍ରସାଦ ସାହୁ (ବୁଟୁ), ପ୍ରକାଶ ମହାନ୍ତି, ରାଜୁ ମହାନ୍ତି, ପ୍ରତାପ ସ୍ୱାଇଁ, ଜୁଲୁ ସାମଲ, ଶମ୍ଭୁ ପଣ୍ଡା, ଚୈତନ୍ୟ ସାହୁ, କାଳିଆ ସାହୁ, ଗାନ୍ଧୀ ସେନାପତି, ଟୁଲୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୭ତାରିଖରେ ଏହି ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ।
ବାପୁଜୀନଗର ଦୁର୍ଗାମନ୍ଦିରର ୪୭ତମ ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2018/01/bapuji-nagar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)