ଓଡ଼ିଶା ଲେଖିକା ସଂସଦର ବାର୍ଷିକୋତ୍ସବ

ଭୁବନେଶ୍ୱର : ‘ଓଡ଼ିଶା ଲେଖିକା ସଂସଦ’ର ୨୫ତମ ବାର୍ଷିକୋତ୍ସବ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସ ପରିସରରେ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ବୀଣାପାଣି ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖିକା ପ୍ରତିଭା ଶତପଥୀ, ବନଜା ଦେବୀ, ଗାୟତ୍ରୀ ସରାଫ୍‌ ଓ ମମତା ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂପାଦିକା ଶକୁନ୍ତଳା ବଳିୟାରସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସଭାପତି ପ୍ରଭା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଝରଣା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସଂପାଦିକା ସୁଜାତା ମହାପାତ୍ର ବିଶେଷ ଅଧିବେଶନ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସଂପାଦିକା କାନନବାଳା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର