ଓୟୁଏଟି ସୃଜନିକା ଛାତ୍ରୀନିବାସର ବାର୍ଷିକ ଉତ୍ସବ 

ଭୁବନେଶ୍ବର: ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ (ଓୟୁଏଟି)ର ସୃଜନିକା ଛାତ୍ରୀନିବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦେଶିକା ସଂଘମିତ୍ରା ପତି, ଜୈବିକ କୃଷି ଉପରେ କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ସାବରମତି, ଅଭିନେତା ଅଶ୍ରୁମୋଚନ, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରାବାସର ଛାତ୍ର କଲ୍ୟାଣ ବିଭାଗ ଅଧ୍ୟକ୍ଷ ଲକ୍ଷ୍ମଣ ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀନିବାସ ତତ୍ବାବଧାରିକା ଗାୟତ୍ରୀ ବିଶ୍ବାଳ ଅତିଥିଙ୍କୁ ସ୍ବାଗତ, ସହତତ୍ବାବିଧାରକ ଅଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ରିତୁନ ପାତ୍ର, ଅନ୍ନପୂର୍ଣ୍ଣା, ସୌମ୍ୟପ୍ରିୟଙ୍କା ସହଯୋଗ କରିଥିଲେ। ଏଥିରେ ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ସମ୍ବନ୍ଧିତ ଖବର