ଭୁବନେଶ୍ୱର : ନୀଳାଦ୍ରିବିହାରସ୍ଥିତ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକ ଉତ୍ସବ ଡ.ଅରୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାର ଉଦ୍‌ଘାଟକ ଭାବେ ପୂର୍ବତନ କୁଳପତି ପ୍ରଫେସର ଶୁକଦେବ ନନ୍ଦ କହିଲେ ଯେ, ଶୋଭନୀୟ ଶିକ୍ଷାଶ୍ରମର ଲକ୍ଷ୍ୟ ହେଲା ଭଲ ମଣିଷ ତିଆରି କରିବା। ପୂଜ୍ୟ କୁମାର ଭାଇଙ୍କ ଏହି ଶିକ୍ଷା ହେଲା ଜାତି, ଧର୍ମ ଓ ବର୍ଣ୍ଣର ଊର୍ଧ୍ୱରେ ଭଲ ପାଇବାର ଶିକ୍ଷା। ମୁଖ୍ୟବକ୍ତା ଭାବେ ପ୍ରଫେସର ମହେନ୍ଦ୍ର କୁମାର ଶତପଥୀ କହିଲେ ଯେ, ଶିକ୍ଷା ପବନ ଭଳି ଏକ ଅଦୃଶ୍ୟ ଶକ୍ତି। ଯାହା ଅନୁଭବରୁ ଚରିତ୍ରକୁ ରୂପାନ୍ତରିତ ହୁଏ।

Advertisment

ଏଥିରେ ମୁଖ୍ୟ ଅତିଥି ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପିଲାମାନଙ୍କ ସହ କିଛି ସମୟ ବିତାଇ ଉପଯୁକ୍ତ ଶିକ୍ଷା ପ୍ରଦାନ କରିଥିଲେ। ଶିକ୍ଷାବିତ୍‌ ପ୍ରଜ୍ଞା ପାରମିତା ବେହେରା ଓ ଚନ୍ଦ୍ରଶେଖରପୁର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରେବତୀ ଗୁରୁମା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଗରୁମା ମମତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଗୁରୁମା ହରପ୍ରିୟା ମହାନ୍ତି, ରଶ୍ମିତା ପରିଡ଼ା, ସରିତା ଭୂଇଁୟା, ସଂଘମିତ୍ରା ସାହୁ, ମଧୁସ୍ମିତା ପ୍ରଧାନ, ପ୍ରଭାସିନୀ, ଲକ୍ଷ୍ମୀଧର ସାହୁ, ରାକେଶ କୁମାର ସାହୁ, ଉନ୍ମେଷ ସାହୁ, ଗଜେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ।