ଶତାକ୍ଷୀ ମହିଳା ସଂଗଠନର ବାର୍ଷିକ ଉତ୍ସବ

ଭୁବନେଶ୍ବର : ‘ଶତାକ୍ଷୀ’ ମହିଳା ସଂଗଠନ ଓ କେ-୪ କଳିଙ୍ଗନଗର ରେସିଡେଣ୍ଟ ୱେଲ୍‌ଫେୟାର ଆସୋସିଏସ୍‌ର ମିଳିତ ବାର୍ଷି‌କୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବ ବେଶ୍ ଆକର୍ଷଣୀୟ ହୋଇଥିଲା। ମହିଳା ସଂଗଠନର ମୀରା ରଥଙ୍କ ରଚିତ ନାଟକ ‘ବିଳାପିତ ମାତୃତ୍ବ’ ପରିଷଦର ସଦସ୍ୟାମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇ ବେଶ୍ ପ୍ରଶଂସିତ ହୋଇଥିଲା। ଏହି ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଆଶୋକଚନ୍ଦ୍ର ପଣ୍ଡା, ବିଜେଡି ନେତ୍ରୀ ସୁଲତା ଦେଓ, ପୂର୍ବତନ କର୍ପୋରେଟର ଦିଲ୍ଲୀପ କୁମାର ମାଝୀ ଓ ଅଶ୍ବିନୀ ସୁନ୍ଦରରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ମହିଳା ପରିଷଦର ସଭାନେତ୍ରୀ ସବିତା ପୃଷ୍ଟି, ସମ୍ପାଦିକା ମମତା ବିଶ୍ବାଳ, ୱେଲ୍‌ଫେୟାର ଆସୋସିଏସନ୍‌ର ସଭାପତି ଜୟକୃଷ୍ଣ ମାର୍ଥା ଓ ସମ୍ପାଦକ ସତ୍ୟାନନ୍ଦ ନାୟକ ଉପସ୍ଥିତ ଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ପରିଷଦର ସଦସ୍ୟା ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର