ଅଲ୍ଓଡ଼ିଶା ଏଲିମେଣ୍ଟାରି ଏଜୁକେସନ୍ ଅଫିସର୍ସ ଆସୋସିଏସନର ବାର୍ଷିକ ବୈଠକ

ଭୁବନେଶ୍ବର : ଅଲ୍ ଓଡ଼ିଶା ଏଲିମେଣ୍ଟାରି ଏଜୁକେସନ୍ ଅଫିସର୍ସ ଆସୋସିଏସନର ବାର୍ଷିକ ଅଧିବେଶନ ପ୍ରାଥମିକ ଶିକ୍ଷକ ସଂଘର ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ପ୍ରତାପ ପ୍ରଧାନ ଏହି ସଭାରେ ସଭାପତିତ୍ୱ କରିଥିବାବେଳେ, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ତୃଣମୂଳସ୍ତରରେ ଶିକ୍ଷାକୁ ସମ୍ପ୍ରତି ସାର୍ବଜନୀନ କରିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀ ଓ ଅଧିକାରୀମାନେ ଶିକ୍ଷା ସହିତ ଜନଗଣନା, ନିର୍ବାଚନ ପରିଚାଳନା ବିପର୍ଯ୍ୟୟ ପ୍ରଶମନ, ମଧ୍ୟାହ୍ନ ଭୋଜନ,ପୋଷାକ ବଣ୍ଟନ ଏବଂ ସ୍ୱାସ୍ଥ୍ୟ ସେବା ପରିଚାଳନା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ସମୟରେ ଶିକ୍ଷକ ଅଫିସରମାନଙ୍କ ହିତ ପାଇଁ ଏଲିମେଣ୍ଟାରି କ୍ୟାଡର୍ ସଂଶୋଧନ ହେବା ଫଳରେ ଏଲିମେଣ୍ଟାରି ବର୍ଗର ଅଫିସରମାନେ ସେମାନଙ୍କର ନାଯ୍ୟ ଦାବିରୁ ବଞ୍ଚିତ ହୋଇଛନ୍ତି ।

ସଂଘର ଏହି ଅଧିବେଶନରେ ବିଭିନ୍ନ ଦାବି ସଂପର୍କରେ ଆଲୋଚନା ହୋଇଥିଲା। ଲେବୁଲ୍-୩ ଏଚ୍ଏମ୍ ପୋଷ୍ଟ ଗ୍ରେଡ ପେ  ୪୨୦୦ ଟଙ୍କା ଥିବା ସ୍ଥଳେ ଲେବୁଲ୍ ୩ ଏବିଇଓ ପୋଷ୍ଟ ପ୍ରମୋସନର ସେହି ଗ୍ରେଡପେ ରହିଛି । ଏହି ଗ୍ରେଡପେକୁ ୪୬୦୦ ଟଙ୍କା କରାଯିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏବିଇଓ ଏବଂ ବିଆର୍ସିସି ସର୍ବଶିକ୍ଷା ତରଫରୁ ଏଫ୍ଟିଏ ପାଉଥିବା ସ୍ଥଳେ ଅନ୍ୟ ଏବିଇଓ ଦୁଇ ଜଣଙ୍କୁ ଏଫଟିଏ ପାଇଁ ଅନୁରୋଧ କରାଯାଇଛି । ବିଇଓ ଓ ଏବିଇଓ ହୋଇଥିବା ଅଫିସର, ଯେଉଁମାନଙ୍କ ମୂଳ ଆପଏଣ୍ଟମେଣ୍ଟ ଲେବୁଲ ୩ ଟିଜିଟିଏଚ୍ଏମ୍ ଓ ଗ୍ରେଡପେ ୫୨୦୦ଟଙ୍କା  ସେମାନେ ଲେଟର ନଂ ୨୬୨୭୪ ଏଫ୍ଏ ୮/୨/୨୦୧୩ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି । ଯାହାଫଳରେ କି ଚାକିରି କାଳରେ ସେମାନେ ୩ ଗୋଟି ବେନିଫିଟ ପାଇପାରିବେ । ବିଇଓ ପୋଷ୍ଟକୁ ଏବିଇଓମାନଙ୍କୁ ପ୍ରମୋସନ ଦିଆଯିବା ପାଇଁ ଏହି ସଭାରେ ମଧ୍ୟ ଅନୁରୋଧ କରାଯାଇଛି । ସେହିପରି ୨୦ ପ୍ରତିଶତ ହାରରେ ୧୧ଟି ଏବିଇଓ ପୋଷ୍ଟକୁ ଏଲିମେଣ୍ଟାରି ବିଇଓମାନଙ୍କୁ ପ୍ରମୋସନ ଦିଆଯିବାକୁ ନିବେଦନ କରାଯାଇଛି । ଏଲିମେଣ୍ଟାରି ଅଫିସରମାନଙ୍କ ପାଇଁ ବିଇଓ ସିନିୟର୍ ପଦକୁ ଯିବାକୁ ଲାଗୁ କରାଯାଉଥିବା ଓପିଏସସି ରୁଲ୍-୭ ସଂଶୋଧନ କରାଯାଇ କେବଳ ବରିଷ୍ଠତା ଆଧାରରେ ବିଇଓ ସିନିୟର ପଦବୀକୁ ପଦୋନ୍ନତି ଦେବା ପାଇଁ ଅନୁରୋଧ କରାଯାଇଅଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପବନୀ କୁମାର ରାଉତ, ସିମାଦ୍ରୀ କଅଁର,ଲୋକନାଥ ପାଢୀ,ରାଜଲକ୍ଷ୍ମୀ ଟୁଡୁ,ଇଶ୍ୱର ମୁଦୁଲୀ,ନିଳାଦ୍ରି ଦାଶ ଓ ଭରତ ପ୍ରଧାନଙ୍କ ସହିତ ପ୍ରତି ଜିଲ୍ଲାର ନେତୃତ୍ୱ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ନିକଟ ଭବିଷ୍ୟତରେ ଏକ ପ୍ରତିନିଧି ମଣ୍ଡଳି,ଗଣଶିକ୍ଷା ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ପୁଣି ଥରେ ସାକ୍ଷାତ କରି ଦାବି ପୂରଣ ପାଇଁ ଅନୁରୋଧ କରିବାକୁ ସ୍ଥିର ହେଲା ବୋଲି ସଭାପତି ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର