ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଚେୟାରମ୍ୟାନ୍‌ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏମ୍‍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ଗଭୀର ଚିନ୍ତନ ଓ ଏକାଗ୍ରତାର ଆବଶ୍ୟକତା ରହିଛି। ତାତ୍ତ୍ୱିକ ଦିଗରେ ମନୋନିବେଶ କଲେ ଛାତ୍ରଛାତ୍ରୀମାନେ ସଫଳ ହୋଇପାରିବେ।

Advertisment

ଏହି ଅବସରରେ ଚଳିତ ବର୍ଷ ସିବିଏସ୍‍ଇ ବାର୍ଷିକ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମାରୋହରେ ପ୍ରମାଣପତ୍ର ଓ କୃତିତ୍ୱ ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେ.ସି ଶତପଥୀ, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‍ ମଦନମୋହନ ପଣ୍ଡା, ଡିଏଭି ପୋଖରୀପୁଟ ଚେୟାରମ୍ୟାନ୍‍ ଅରୁଣ କୁମାର ରଥ, ଡିଏଭି ସହକାରୀ ଆଞ୍ଚଳିକ ନିର୍ଦ୍ଦେଶିକା ସୁଜାତା, ଈପ୍‍ସିତା ଦାସଙ୍କ ସମେତ ଅନ୍ୟ ଡିଏଭି ଅନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ।