ବାଣୀଭାରତୀ ବିଦ୍ୟାମନ୍ଦିରରେ ବାର୍ଷିକ ବିଜ୍ଞାନମେଳା

ଭୁବନେଶ୍ବର: ଭରତପୁରସ୍ଥିତ ବାଣୀଭାରତୀ ବିଦ୍ୟାମନ୍ଦିରରେ ତିନିଦିନିଆ ବାର୍ଷିକ ବିଜ୍ଞାନମେଳା ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବ ଅବସରରେ ସ୍କୁଲର ସଭାପତି ସୁବାସ ଚନ୍ଦ୍ର ସିଂହଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏମ୍‌ସିର ଡେପୁଟି ମେୟର ମଞ୍ଜୁଲତା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ବିଜ୍ଞାନ ଶିକ୍ଷକ କୃଷ୍ଣମୋହନ ରାୟ, ସରୋଜ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେବା ସହ ବିଜ୍ଞାନମେଳାର ବିଚାରକ ଭାବେ ସମସ୍ତ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମ୍ପାଦକ ଲକ୍ଷ୍ମଣ ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରାତଃ ଅଧିବେଶନ ମୁଖ୍ୟ ବିଜୟଲକ୍ଷ୍ମୀ ମଙ୍ଗରାଜ ଅତିଥି ପରିଚୟ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦୀପ୍ତିମୟୀ ହରିଚନ୍ଦନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର