ଭୁବନେଶ୍ବର: ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ପୁରୁଣା ଏଜି କଲୋନିସ୍ଥିତ ରିକ୍ରେସନ କ୍ଲବ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଥିଲେ। ସେହିପରି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ-୩୬ର କର୍ପୋରେଟର ଅଲିଅଳି ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ଦୁଇ ଦିବସୀୟ କ୍ରୀଡ଼ା ସମାରୋହରେ ବିଦ୍ୟାଳୟର ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ୫ଟି ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆଜି ୯୦ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ଦାସ ସ୍ବାଗତ ଭାଷଣ ଦେବା ସଂଗେ ସଂଗେ କ୍ରୀଡା ଶିକ୍ଷୟିତ୍ରୀ ସରିତା ସାହୁ କ୍ରୀଡା ପରିଚାଳନା କରିଥିଲେ। ଏହି ଉତ୍ସବ ବୁଧବାର (୨୦୨୨ ଡିସେମ୍ବର ୨୧) ଉଦ୍ଯାପନ ହେବ।