କୃପାଜଳ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : କୃପାଜଳ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଓଡ଼ିଶାର ଖ୍ୟାତନାମା ଧାବିକା ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ। ଉଦ୍‌ଘାଟନୀ ସମାରୋହରେ କଲେଜର ଚେୟାର୍‌ମ୍ୟାନ ଡ. ଭବାନୀ ଚରଣ ରଥ, କଲେଜର ପ୍ରିନ୍ସପାଲ୍‌ ପ୍ରଫେସର ଡ. ନିରଂଜନ ମିଶ୍ର ଏବଂ ଡାଇରେକ୍ଟର ବିଭୂତି ଭୂଷଣ ରଥ ଉପସ୍ଥତ ଥିଲେ। ଏହି ଅବସରରେ ଶ୍ରୀମତୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ଚେୟାର୍‌ମ୍ୟାନ୍‌ ଡ. ରଥ ମୁଖ୍ୟ ଅତିଥି ଶ୍ରୀମତୀ ବିଶ୍ୱାଳଙ୍କ ଜୀବନ ଶୈଳୀକୁ ଅନୁକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରିନ୍ସପାଲ୍‌ ଡ. ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପରେ କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀମତୀ ବିଶ୍ୱାଳଙ୍କୁ ‘କୃପାଜଳ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଫେସର ଚିନା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର