ସେଣ୍ଟ ଜାଭିୟର୍ସ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ସାମନ୍ତରାପୁରସ୍ଥିତ ସେଣ୍ଟ ଜାଭିୟର୍ସ ହାଇ୍‌ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଟାଉନ୍‌ କ୍ଲବ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ। ଯେଉଁମାନେ ଖେଳୁଆଡ଼ ମନୋବୃତ୍ତି ନେଇ କାର୍ଯ୍ୟ କରନ୍ତି, ସେମାନେ ସର୍ବଦା ସଫଳ ହୁଅନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସ୍କୁଲର ଅଧକ୍ଷ୍ୟା ଏସ୍‌ ଆର୍‌ ଆଲାଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ୍‌ ଏ କେ ଗୋପି, ସମ୍ମାନିତ ଅତିଥି ଭାବେ ଜାଭିୟର୍ସ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଧ୍ୟାପକ ପ୍ରଭାତ କୁମାର ମିଶ୍ର ଏଥିରେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମିଶ୍ର, ଅନୁନ୍ଦ୍ୟା ଆଚାର୍ଯ୍ୟ, ବିଜୟ ଦାଶ, କଲ୍ୟାଣୀ ବାରିକ୍‌, ସୀକୃତି ମିଶ୍ର, ମମତା ପରିଡ଼ା, ଉଦ୍ଧବ ରେଡ୍ଡି, ବଳରାମ ମହାରଣା, ଇମ୍ରାନ ଅହମ୍ମଦ, ସଞ୍ଜୟ ପଟ୍ଟନାୟକ, ପ୍ରମୁଖ ପରିଚାଳନା କରିଥିଲେ। ଏହି କ୍ରୀଡ଼ାରେ ୨୦ରୁ ଊର୍ଧ୍ୱ ପ୍ରକାର ପତିଯୋଗିତାରେ ୮୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର