ୟୁନିଟ-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ବର: ୟୁନିଟ-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ରବିବାର ଉଦ୍‌ଯାପନୀ ଦିବସରେ ପରିଚାଳନା ସମିତିର ସଭାପତି ଆଶୁତୋଷ ମହାପାତ୍ର, ସମ୍ପାଦକ ରବିଶଙ୍କର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରଜତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ପ୍ରମୋଦ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନା ତଥା ଅନ୍ୟ ଗୁରୁଜୀ ଓ ଗୁରୁମାମାନଙ୍କ ପ୍ରତକ୍ଷ ତତ୍ବାବଧାନରେ କ୍ରୀଡ଼ା କାର୍ଯ୍ୟ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର