ନର୍ସରି ବଧିର ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

0

ଭୁବନେଶ୍ୱର : ପଳାସପଲ୍ଲୀସ୍ଥିତ ନର୍ସରି ବଧିର ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ରୋଟାରି କ୍ଲବ୍‌ ଭୁବନେଶ୍ୱର, ନ୍ୟୁ ହୋରାଇଜନ୍‌ ସହଯୋଗରେ ମଦର୍ସ ପବ୍ଲିକ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଶହେ ମିଟର ଦୌଡ଼, ବେଙ୍ଗ ଡିଆଁ, ସର୍ଟ ଫୁଟ୍‌ ଆଦି ପ୍ରତିଯୋଗିତା କରାଯାଇଥିଲା। ଅନ୍ତର୍ଜାତୀୟ ଚେସ୍‌ ଖେଳାଳି କିରଣ ମନୀଷା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରୋଟାରି କ୍ଲବ୍‌ର ପ୍ରତିଷ୍ଠାତା ଡ. ଜୟନ୍ତ ଜଗଦେବ, ସଭାପତି ଡ. ରୀତା ଅଧିକାରୀ, ସମ୍ପାଦିକା ରୁକ୍ମୁଣୀ ଦେବୀ, ପ୍ରେସିଡେଣ୍ଟ ଇଲେକ୍ଟ ତରୁଲତା ଦ୍ୱିବେଦୀ, ଯୁଗ୍ମ ସମ୍ପାଦିକ ଗୀତା ତ୍ରିପାଠୀ, ମଦର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ନର୍ସରି ବଧିର ବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ରାୟଙ୍କ ସମେତ ସୁକାନ୍ତି ଦାସ, ତପନ ନାୟକ, ଅର୍ଚନା ରାୟ, ଅନସୂୟା ରାଉତରାୟ ମହାପାତ୍ର, ଶରତ ସାମନ୍ତରାୟ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ର୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.