ବେନାମୀ ସିମ୍ କାର୍ଡ ରାକେଟ୍ ଧରାପଡ଼ିବା ଘଟଣା: ସୋମବାର ରିମାଣ୍ଡ ଆବେଦନ କରିବ ପୁଲିସ

ଭୁବନେଶ୍ବର : ସାଇବର ଠକ, ଅପରାଧୀଙ୍କୁ ପ୍ରି-ଆକ୍ଟିଭେଟେଡ୍ ବେନାମୀ ସିମ୍ କାର୍ଡ ଯୋଗାଇବା ଘଟଣାରେ ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣିବ ପୁଲିସ। ଆସନ୍ତା ସୋମବାର କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି। ଯେଉଁମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ, ସେମାନଙ୍କ ମଧ୍ୟରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି। ଏହି ବେନାମୀ ସିମ୍ କାର୍ଡ କେଉଁମାନଙ୍କ ପାଖକୁ ଯାଇଛି, ଯେଉଁମାନେ ନେଇଛନ୍ତି ସିଧାସଳଖ ସେମାନଙ୍କୁ ଜାଣିଛନ୍ତି କି, ଆଉ କିଏ ଏହି ରୢାକେଟ୍‌ରେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୭ଜଣିଆ ବେନାମୀ ସିମ୍ କାର୍ଡ ରୢାକେଟ୍‌ ପୁଲିସ ହାତରେ ଧରା ପଡ଼ିଥିଲା। ସେମାନଙ୍କଠାରୁ ୧୬ ହଜାରରୁ ଅଧିକ ବେନାମୀ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ, ୧୧୦ ମୋବାଇଲ ଫୋନ୍ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର