ଭୁବନେଶ୍ବର: ‘ମୋ ସାଇକେଲ୍’ ଯୋଜନା ରାଜଧାନୀରେ ଏକପ୍ରକାର ଫେଲ୍ ମାରିଥିବାବେଳେ ଏବେ ହଜାରେ ସାଇକେଲ୍ ଚଳାଉଥିବା ସଂସ୍ଥା ହେକ୍ସି ଆଉ ସେବା ଯୋଗାଇବନି ବୋଲି ନିଷ୍ପତ୍ତି ନେଇଛି। ସଂସ୍ଥା ଯେଉଁ ଆଶା ନେଇ ଭୁବନେଶ୍ବରରେ ସେବା ଆରମ୍ଭ କରିଥିଲା ତାହା ପୂରଣ ହେଲାନି। କାଁ ଭାଁ ଲୋକ ସାଇକେଲ୍ ଚଲାଉଥିବାରୁ ସଂସ୍ଥା ସାଇକେଲ୍ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଯେତିକି କର୍ମଚାରୀ ରଖିଥିଲା ସେମାନଙ୍କ ଦରମା ଅର୍ଥ ଉଠିଲାନି। ତେଣୁ ଅଧିକାଂଶ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ଏବେ କ୍ଷତିରେ ଭୁବନେଶ୍ବରରେ ସେବା ଯୋଗାଇବନି ବୋଲି ହେକ୍ସି ନିଷ୍ପତ୍ତି ନେଇଛି।
ହେଲେ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ହେକ୍ସି ସଂସ୍ଥା ସାଇକେଲ୍ଗୁଡ଼ିକର ରକ୍ଷଣାବେକ୍ଷଣ କରୁନି। ବିଭିନ୍ନ ସ୍ଥାନରେ ସାଇକେଲ୍ ପଡ଼ୁଥିଲେ ହେଁ ତାହାକୁ ଉଠାଉନି। ପୂର୍ବରୁ ଏହିଭଳି କାର୍ଯ୍ୟ କରିଥିବାରୁ ପ୍ରାୟ ୯୫ଲକ୍ଷ ଟଙ୍କା ଜରିମାନା ହୋଇଛି। କିନ୍ତୁ ସଂସ୍ଥା ଜରିମାନା ଦେଇନି। ଏବେବି ସେବାରେ ଉନ୍ନତି ଆଣୁନି। ତେଣୁ ସଂସ୍ଥାକୁ ବିଦା କରାଯିବ। ଏହାସହ ହଜାରେ ସାଇକେଲ୍ ଅନ୍ୟ ଦୁଇ ସଂସ୍ଥାକୁ ଦେବାନେଇ ଯୋଜନା ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f54h56fs456fs456fshfh.jpg)