ଭୁବନେଶ୍ୱର : ଚଳିତ ବର୍ଷ ଅଷ୍ଟମ ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିକ୍ ଭାରତରେ ହେଉଥିବା ବେଳେ ଓଡ଼ିଶାରେ ୧୫ଟି ନାଟକ ପରିବେଷିତ ହେବ। ସମୁଦାୟ ୫୦୦ ନାଟକ ସମଗ୍ର ଭାରତରେ ଫେବ୍ରୁଆରିରେ ଆରମ୍ଭ ହେବ। ଏହି ଅବସରରେ ସୁବାସ ପ୍ରଧାନଙ୍କ ନିର୍ଦେଶିତ ନାଟକ ‘ଲାଲ୍ ପାଏନ୍’ ଓଡ଼ିଶାରୁ ଏକମାତ୍ର ନାଟକ ଭାବେ ମନୋନୀତ ହୋଇଥିଲା। ତେବେ ପରବର୍ତୀ ସମୟରେ ଆଉ ଏକ ଓଡ଼ିଆ ନାଟକ ଏହି ଥିଏଟର ଅଲିମ୍ପିକ୍ରେ ସାମିଲ୍ ହେବ। ଚୟନ ହୋଇଥିବା ନାଟକ ବ୍ୟତୀତ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ନାଟ୍ୟ ବ୍ୟକ୍ତିତ୍ୱଙ୍କୁ ଏଥିରେ ସାମିଲ୍ ହେବାର ନିୟମ ରହିଥିବାରୁ ଏହି ଭିତ୍ତିରେ ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକଙ୍କ ଏକ ଓଡ଼ିଆ ନାଟକ ମଣିପୁରର କୋରସ ଥିଏଟରରେ ମାର୍ଚ ୧୯ରେ ମଞ୍ଚସ୍ଥ ହେବ। ତେବେ କେଉଁ ନାଟକ ମଞ୍ଚସ୍ଥ ହେବ ତାହା ଏଯାଏଁ ସ୍ଥିର ହୋଇନି ବୋଲି ଓଡ଼ିଶା ନାଟ୍ୟସଂଘର ସଭାପତି ମନୋଜ ପଟ୍ଟନାୟକ କହିଛନ୍ତି। ଆସନ୍ତାକାଲି ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ ସଂଯୋଜକ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟରେ ହେବାକୁ ଯାଉଥିବା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ବାବଦରେ ମଙ୍ଗଳବାର ସ୍ପଷ୍ଟ ହେବ।
ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିକ୍ରେ ଆଉ ଏକ ଓଡ଼ିଆ ନାଟକ
/sambad/media/post_attachments/wp-content/uploads/2018/01/theatre.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)