ଜଟଣୀ: ବହୁ ଚର୍ଚ୍ଚିତ ମାନସ ଦଳେଇ ହତ୍ୟା ଘଟଣାରେ ପୁଲିସ ଆଉ ଜଣକୁ ଧରିବାରେ ସଫଳ ହୋଇଛି। ସେ ହେଲା ପୂର୍ବରୁ ଗିରଫ ହୋଇଥିବା ଅଭି ବାଘସିଂର ବଡ଼ ଭାଇ ସପନେଶ୍ବର ଓରଫ ସ୍ବପ୍ନା(୪୧)। ଆଜି ତରାବୋଇସ୍ଥିତ ମା’ ଯୋଗମାୟା ମନ୍ଦିର ନିକଟରୁ ତାକୁ ଗିରଫ କରାଯାଇଛି। ତା’ଠାରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବାଘସିଂ ଭାଇଙ୍କ ମଧ୍ୟରୁ ମଝିଆ ଭାଇ ଏବେ ବି ଧରାପଡ଼ିନାହିଁ।
୪ତାରିଖ ବିଳମ୍ବିତ ରାତିରେ ମାନସକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ବାଘସିଂ ୩ ଭାଇଙ୍କ ସମେତ ୭/୮ଜଣ ସାମିଲ ଥିବା ଜଣାପଡ଼ିଥିଲା। ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ବାଘସିଂ ଭାଇମାନେ ହିଁ ସେମାନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ବୀ ମାନସକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଆକ୍ରମଣ ସମୟରେ ଘଟଣାସ୍ଥଳରୁ ଖସି ପଳାଇଥିବା ମାନସଙ୍କ ଦୁଇ ସହଯୋଗୀ ହିଁ ପ୍ରତ୍ୟକ୍ଷଦର୍ଶୀ ହିସାବରେ ପୁଲିସକୁ ହତ୍ୟାକାରୀମାନଙ୍କ ବିଷୟରେ କହିଥିଲେ। ୬ତାରିଖ ଦିନ ଅଭି ବାଘସିଂକୁ ପୁଲିସ ଖୋର୍ଦ୍ଧା ମଳିପଡ଼ାରୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/12/4uZGsPEQyQt2QoF4ejvU.jpg)