ଗଧ କ୍ଷୀରରୁ ଆଣ୍ଟି ଏଜିଙ୍ଗ୍ ସାବୁନ୍, ଗୋ ମୂତ୍ରରୁ ପ୍ରସ୍ତୁତ ସାର ପ୍ରଦର୍ଶିତ
ସୋଆରେ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ଆରମ୍ଭ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟରେ ଆଜିଠାରୁ ଦୁଇଦିନିଆ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ଆରମ୍ଭ ହୋଇଛି। ଏଥିରେ ୬୦ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଥିବା ବେଳେ ସେଥିରେ ଓଡ଼ିଶାରୁ ୧୦ ଷ୍ଟାର୍ଟଅପ୍ ରହିଛନ୍ତି। ରାଜ୍ୟର ୬୫ଟି ବ୍ଲକ୍ରୁ ୩୦୦ ଚାଷୀ ମଧ୍ୟ ସାମିଲ ହୋଇଛନ୍ତି। ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ, ଇନ୍ଷ୍ଟିଚ୍ୟୁଟ୍ ଅପ୍ ରୁରାଲ୍ ମ୍ୟାନେଜମେଣ୍ଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍, ପେସ୍ ଫାଉଣ୍ଡେସନ୍ ଏବଂ ସୋଆ ମିଳିତ ଭାବେ ଏହି କନ୍କ୍ଲେଭ୍ ଆୟୋଜନ କରୁଛନ୍ତି।
ଗଧ କ୍ଷୀରରୁ ପ୍ରସ୍ତୁତ ଆଣ୍ଟି ଏଜି ସାବୁନ୍ ଓ ଗୋମୂତ୍ରରୁ ପ୍ରସ୍ତୁତ ସାର ଭଳି ଉତ୍ପାଦକୁ ଏହି ଅବସରରେ ପ୍ରଦର୍ଶିତ କରାଯାଇଛି। କଳାହାଣ୍ଡିର ଦୁଇ ଯୁବକ ବୀରେନ୍ ସାହୁ ଛେଳି ଚାଷ ଓ ଛେଳି ଦୁଗ୍ଧରୁ ଘିଅ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। କନ୍କ୍ଲେଭ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ , ଲାଇଭଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ଇର୍ମାର ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଦାସ, ୱାଓ ଫ୍ୟାକ୍ଟରସ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଡ. ଶଙ୍କର ଗୋଏଙ୍କା, ଆଇଓସିଏଲ୍ର ନିର୍ଦ୍ଦେଶକ (ମାନବ ସମ୍ବଳ) ରଞ୍ଜନ ମହାପାତ୍ର ଏବଂ ଏଲ୍ଆଇସି-ଏଚ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ ୱାଇ ବିଶ୍ୱନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଷ୍ଟାର୍ଟଅପ୍ ସହିତ ଲାଇଭଲିହୁଡ ଅଲ୍ଟରନେଟିଭ୍ସର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇର୍ମା-ଆଇସିଡ୍ର ଡ. ରାକେଶ ଆରାୱାଟିଆ ଧନ୍ୟବାଦ ଦେଇଥିଲେ।