କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ ଘଟଣା: ଆରପିଏଫ୍ ଥାନାରେ ବୋମା ନିଷ୍କ୍ରିୟକାରୀ ଟିମ୍

ଭୁବନେଶ୍ବର: କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ ଘଟଣାରେ ଆରପିଏଫ୍ ଥାନାରେ ପହଞ୍ଚିଛି ବୋମା ନିଷ୍କ୍ରିୟକାରୀ ଟିମ। ବିସ୍ଫୋରକ ବିଷୟରେ ତଥ୍ୟ ନେବ ବୋମା ନିଷ୍କ୍ରିୟକାରୀ ଟିମ। ଭୁବନେଶ୍ୱର ଷ୍ଟେସନରେ ଟ୍ରେନର ସାଧାରଣ ବଗିରୁ ବିସ୍ଫୋରକ ଠାବ ହୋଇଥିଲା। ସଫେଇ କର୍ମଚାରୀ ଶବ୍ଦ ଶୁଣି ଓ ଧୂଆଁ ବାହାରିବା ଦେଖି ଜିଆରପିକୁ ଖବର ଦେଇଥିଲେ। ୮ଟି ରେଡ ପାରାଚ୍ୟୁଟ ସିଗନାଲ ଓ ୧୫ଟି ରକେଟ ପାରାଚ୍ୟୁଟ ଫ୍ଲାୟର ଠାବ ହୋଇଥିଲା। ସଫେଇ କର୍ମଚାରୀ ଗୋଟିଏ ପାଥ ଫାଇଣ୍ଡର ସର୍ଟ ମଧ୍ୟ ଠାବ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ କୋଣାର୍କ ଏକ୍ସପ୍ରେସ ବାହାରିବା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ବୋମା ମିଳି ନଥିବା କହିଛି ପୁଲିସ।
ସୂଚନା ମୁତାବକ, ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଛାଡ଼ିବାର କିଛି ଘଣ୍ଟା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ବୋମା ଥିବାର ସୂଚନା ପାଇ ଟ୍ରେନକୁ ସିକନ୍ଦରାବାଦର ଚର୍ଲପଲ୍ଲୀ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଯାଞ୍ଚ ପାଇଁ ସମସ୍ତ ଯାତ୍ରୀଙ୍କୁ ବଗିରୁ ପ୍ରଥମେ ବାହାର କରି ପୂରା ଟ୍ରେନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ବୋମା ନିରୋଧୀ ସ୍କ୍ୱାର୍ଡ। ହେଲେ ସମସ୍ତ ବଗିକୁ ଯାଞ୍ଚ କରାଯିବା ପରେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର