ଓପିଟିସିଏଲ୍‌ରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍‌ ସଂଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ)ର ଚନ୍ଦକାସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ଚାଲିଥିବା ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତଥି ଭାବେ ରାଜ୍ୟ ଭିଜିଲାନ୍ସ୍ ନିର୍ଦ୍ଦେଶକ ୟଶୱନ୍ତ କୁମାର ଜେଠ୍‌ୱା ଓ ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର ଯୋଗଦେଇ ଜୋନ୍‌ସ୍ତରୀୟ ଭିଜିଲାନ୍ସ ସେଲ୍‌ ଓ ଏକ ଟୋଲ୍-ଫ୍ରି’ ନମ୍ବରର ଶୁଭାରମ୍ଭ କରିଛନ୍ତି। ବୈଷୟିକ ଜ୍ଞାନ କୌଶଳ ଦୁର୍ନୀତିକୁ ରୋକିବାରେ ବେଶ୍‌ ସହାୟକ ହୋଇପାରିଛି।

ସିସିଟିଭି, ଟୋଲ୍‌-ଫ୍ରି’ ନମ୍ବର ଭଳି ଛୋଟ ଜ୍ଞାନକୌଶଳ ଏବଂ ବିଗ୍‌ ଡାଟା ଭଳି ବଡ଼ ଜ୍ଞାନକୌଶଳ ଦୁର୍ନୀତିକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେଣୁ ସମସ୍ତ ବିଭାଗଗୁଡ଼ିକ ଟେକ୍ନୋଲୋଜିର ସଫଳ ପ୍ରୟୋଗ କରି ଦୁର୍ନୀତିକୁ ରୋକିବା ପାଇଁ ଉଦ୍ୟମ କରିବାକୁ ଶ୍ରୀ ଜେଠୱା ପରାମର୍ଶ ଦେଇଛନ୍ତି। ଏମ୍‌ଡି ଶ୍ରୀ ମିଶ୍ର କର୍ମଚାରୀମାନଙ୍କୁ ଦୁର୍ନୀତିରୁ ଦୂରରେ ରହି ଆତ୍ମସମ୍ମାନର ସହ ବଞ୍ଚିବା ପାଇଁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ କର୍ମଚାରୀମାନଙ୍କ ମଧ୍ୟରେ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର