‘କିସ୍‌’ରେ ଜନ୍ମଦିନ ପାଳିଲେ ଅନୁଭବ

ଚନ୍ଦ୍ରଶେଖରପୁର: ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ନିଜ ଜନ୍ମଦିନ ପାଳନ କରିଛନ୍ତି ‘କିସ୍‌’ର ଆଦିବାସୀ ପିଲାମାନଙ୍କ ଗହଣରେ। ତାଙ୍କ ଜନ୍ମଦିନରେ ‘କିସ୍‌’ର ପ୍ରାଥମିକ ଶ୍ରେଣୀ କୁନି କୁନି ପିଲାମାନେ ଭରପୂର ମନୋରଂଜନ କରିଛନ୍ତି। ଅନୁଭବ ଆଜି ଖାଦ୍ୟ ନଷ୍ଟ ନକରିବା ନେଇ ଆହ୍ଵାନ ଦେଇ ଏକ ସଚେତନତା ର‍୍ୟାଲି କରିଥିଲେ। ଯେଉଁଥିରେ କିସ୍‌ ଓ କିଟ୍‌ର ଶିକ୍ଷାର୍ଥୀମାନେ ଯୋଗଦେଇ ‘କିଟ୍‌’ କ୍ୟାମ୍ପସ୍‌ରୁ କିସ୍‌’ କ୍ୟାମ୍ପସ୍‌ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ। ଯେଉଁଥିରେ ସାମିଲ୍‌ ହୋଇଥିଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମାନ୍ତ, ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, କିଟ୍‌ ଓ କିସ୍‌ କର୍ମଚାରୀ, ଓଲିଉଡ୍‍ ତାରକା ଏଲିନା, ରାଜା, ରାକେଶ, ଇଶା, ସୀତମ, ପ୍ରେମାନନ୍ଦ, ସୌମିତ, ସ୍ୱରାଜ ଓ ଅନ୍ୟ କେତେକ ଟିଭି ତାରକା। ‘କିସ୍‌’ରେ ପହଞ୍ଚିବା ପରେ ଅନୁଭବଙ୍କୁ ଆଦିବାସୀ ଛାତ୍ରଛାତ୍ରୀମାନେ ଭବ୍ୟ ସ୍ୱାଗତ କରିଥିଲେ। ଆଉ ଅନୁଭବ ‘କିସ୍‌’ର ପିଲାଙ୍କ ଗହଣରେ କେକ୍‌ କାଟି ନିଜର ଜନ୍ମଦିନ ପାଳିବା ସହ ନିଜର ସୁପର ହିଟ୍‌ ଗୀତଗୁଡ଼ିକ ଗାଇଥିଲେ।

ସମ୍ବନ୍ଧିତ ଖବର