ଭୁବନେଶ୍ବର: ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ଜାଗୃତିଙ୍କୁ ନେଇ ଚାଲିଥିବା ସମୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ସେ ଜାଗୃତିଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଓଡ଼ିଶା ବାହାରେ ଆଜି ଉଭୟଙ୍କ ନିର୍ବନ୍ଧ ହୋଇଛି। ଆସନ୍ତା ୧୧ ତାରିଖରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଉଭୟ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହାନ୍ତି।
୨୦୧୪ ଫେବ୍ରୁଆରି ୮ରେ ବର୍ଷାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବିଭିନ୍ନ ସମସ୍ୟାରୁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଛେଦକୁ ଅନୁମତି ଦେଇଥିଲେ। ଏଡା ପୂର୍ବରୁ ଜାଗୃତିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ସହ ସେ ବାରମ୍ବାର ଓଡ଼ିଶା ଆସିଥିଲେ। ନିକଟରେ ଅନୁଭବଙ୍କ ଉପରେ ସେ ଲେଖିଥିବା ଜୀବନୀ ରିଲିଜ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/08/E2PMlm8yJgwsn8cfKkjp.jpg)