ଭୁବନେଶ୍ବର: ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏନେଇ ଆଜି ସିଆର୍ପି ନିକଟ ସଙ୍କଟମୋଚନ ହନୁମାନ ମନ୍ଦିରରେ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଛି। ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ନିର୍ମାଣ ପୂର୍ବରୁ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ଏହା ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବେ ଓଡ଼ିଆ ସିନେମାର କାହାଣୀରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନର୍ରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଖୁବ୍ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ।
ଶ୍ରୀ ପଟ୍ଟନାୟକ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ନବାଗତ ସାର୍ଥକ ଭରଦ୍ୱାଜଙ୍କୁ ସ୍ଥାନ ଦେଇଛନ୍ତି। ଦ୍ୱୀପାନ୍ୱିତ ଦାସ ମହାପାତ୍ର, ଭୂମିକା ଦାଶ, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଥିଆ, ସୋମା ହୋତା, ଭକ୍ତି ଦାସ, ପିହୁ ମହାପାତ୍ର ଓ ମିଷ୍ଟର ରାଉତ ପ୍ରମୁଖ ଅଭିନେତା ଏଥିରେ ଅଭିନୟ କରିଛନ୍ତି। ସିନେମାଟୋଗ୍ରାଫର ଦୀପକ କୁମାର, ଏଡିଟର ରଶ୍ମିରଞ୍ଜନ ଦାଶ, ସାଉଣ୍ଡ ଡିଜାଇନର ଶକ୍ତିସ୍ୱରୂପ ଦ୍ବିବେଦୀ, ସିଙ୍କ୍ ସାଉଣ୍ଡରେ ଚନ୍ଦ୍ରଶେଖର ଶର୍ମା ଦାୟିତ୍ବ ନେଇଛନ୍ତି।
ଚଳଚ୍ଚିତ୍ରର କାହାଣୀ ଶ୍ରୀ ପଟ୍ଟନାୟକ ଓ ରୋଷନ୍ ବିଶୋୟୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହେଲଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ରଚନା କରିଛନ୍ତି। ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ୱ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଥିଆ। ସଙ୍ଗୀତକୁ ସଜେଇଛନ୍ତି ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟରାଜ ପ୍ରଧାନ।
ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’
ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏନେଇ ଆଜି ସିଆର୍ପି ନିକଟ ସଙ୍କଟମୋଚନ ହନୁମାନ ମନ୍ଦିରରେ...
/sambad/media/media_files/2025/07/08/tesrxfgcxt-2025-07-08-06-36-23.jpg)