ଦିବ୍ୟାଙ୍ଗ ପ୍ରତିଭା ଅ‌ନ୍ବେଷଣ କାର୍ଯ୍ୟକ୍ରମ

ଚନ୍ଦ୍ରଶେଖରପୁର: ଲାୟନ୍ସ୍ କ୍ଲବ୍ ପକ୍ଷରୁ ଆଜି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ ସେଣ୍ଟର୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟର ବିଭିନ୍ନ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରୁ ପ୍ରତିଭାବାନ ଶିକ୍ଷାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଶାତ୍ମବୋଧକ, ଭଜନ, ଜଣାଣ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ। କ୍ଲବ୍‌ର ଡିଷ୍ଟ୍ରିକ୍ ଗଭର୍ଣ୍ଣର୍‌ ବିଶ୍ବନାଥ ମହାନ୍ତି ମୁଖ୍ୟଅତିଥି, ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଓ ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଶେଷରେ ଅନୁଷ୍ଠାନର ସଭ୍ୟମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ‌ସେମାନଙ୍କୁ କଳାରେ ରୁଚି ରଖିବାପାଇଁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର