ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଭୁବନେଶ୍ବରରୁ ଜମ୍ମୁ ଓ ଭୁବନେଶ୍ବରରୁ ଗୌହାଟିକୁ ସିଧାସଳଖ ବିମାନ ଉଡ଼ାଣ କରିବାକୁ ଦାବି କରିଛନ୍ତି। ଏହି ଦୁଇଟି ରୁଟ୍ରେ ବିମାନ ଉଡ଼ାଣ ପାଇଁ ଦୀର୍ଘ ଦିନ ହେଲା ଓଡ଼ିଆ ଏବଂ ଓଡ଼ିଶାକୁ ବୁଲି ଆସୁଥିବା ଲୋକମାନେ ଦାବି କରୁଥିବାରୁ ଏନେଇ ମନ୍ତ୍ରୀ ଶ୍ରୀ ସିନ୍ଧିଅା ପଦକ୍ଷେପ ନେବାକୁ ଶ୍ରୀମତୀ ଷଡ଼ଙ୍ଗୀ ଦାବି କରିଛନ୍ତି। ଏହାସହ ନଭେମ୍ବର ୨ରୁ ଜୟପୁରକୁ ଓ ଡିସେମ୍ବର ୧ରୁ ଗୋଆକୁ ବିମାନ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp