ଭୁବନେଶ୍ବର: ସାଂସଦ ହେବାର ବର୍ଷକ ମଧ୍ୟରେ ନିଜ ସଂସଦୀୟ କ୍ଷେତ୍ର ପାଇଁ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତାଲିକା ଦେଇଥିଲେ। ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ଏହି ବର୍ଷକ ମଧ୍ୟରେ ସେ ବହୁତ କାମ କରିଥିଲେ ବି ସବୁଠୁ ଉଲ୍ଲେଖନୀୟ ହେଉଛି ହଂସପାଳ ଛକରେ ୩୨କୋଟି ଟଙ୍କାରେ ଫ୍ଲାଏଓଭର ନିର୍ମାଣ ହୋଇପାରୁ ନଥିବା ବେଳେ ଏଥିପାଇଁ ୩୨କୋଟି ଟଙ୍କା ମଞ୍ଜୁର କରାଇବା, ଭୁବନେଶ୍ବରୁ ସୁରତକୁ ବିମାନ ଉଡ଼ାଣ ଏବଂ ୧ ହଜାର ସୌର ଲାଇଟ୍ ଲଗାଇବା ପ୍ରକଳ୍ପ ହୋଇଛି। ଏହାବାଦ୍ ତାଙ୍କ ସାଂସଦ ପାଣ୍ଠିରୁ ବିଭିନ୍ନ ଅଞ୍ଚଳରେ ରାସ୍ତା, ଗୋଷ୍ଠୀ ଉନ୍ନୟନ କେନ୍ଦ୍ର, ପିଇବା ପାଣି ସୁବିଧା, ପୁଷ୍କରିଣୀ ପୁନରୁଦ୍ଧାର, ଶ୍ମଶାନ ଉନ୍ନତୀକରଣ, ବିଭିନ୍ନ ସ୍ଥାନରେ ୮୭ହଜାର ବୃକ୍ଷରୋପଣ କରିଛନ୍ତି। ଭରସା ନାମକ ଏକ ଲୋକ କଲ୍ୟାଣ ପାଣ୍ଠି କରି ୫୫୦୦ ଅସହାୟ ଲୋକଙ୍କୁ ୧୯ଲକ୍ଷ ଟଙ୍କା ପ୍ରଦାନ, କରୋନା ସମୟରେ ଲକ୍ଷାଧିକ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ୟୁଥ୍ ଫର୍ ଆକ୍ସନ, ଅଜିତା ଓ ପିଜିଟିଭ୍ ଭାଇବ୍ ନାମକ ତିନିଟି ଅଣରାଜନୈତିକ ମହିଳା ସଂଗଠନ ଦ୍ବାରା ରିଲିଫ୍ ବଣ୍ଟନ ଆଦି କରିଛନ୍ତି। ସେ ସଂସଦୀୟ ଅଧିବେଶନରେ ୯୭% ଦିନ ଉପସ୍ଥିତ ଥିବା ବେଳେ ୧୦ଟି ବିତର୍କରେ ଅଂଶଗ୍ରହଣ କରି ୪୫ଟି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି। ଆଜି ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିବା ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ରିପୋର୍ଟ କାର୍ଡ ଦେବେ।
ବର୍ଷକର ରିପୋର୍ଟ କାର୍ଡ ଦେଲେ ଅପରାଜିତା
/sambad/media/post_attachments/wp-content/uploads/2019/08/aparajita-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)