ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ଅପରାଜିତା, ୧୨୦-ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ଲାଗି ଅନୁମତି ଲୋଡ଼ିଲେ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ନୂଆପଲ୍ଲୀ ଅଞ୍ଚଳରେ ଥିବା ୧୨୦ ଇନଫାଣ୍ଟ୍ରି ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ବାଟାଲିୟନ ପରିସରରେ ଏହି ଡ୍ରେନ ନିର୍ମାଣ ହେଲେ ନୂଆପଲ୍ଲୀ ଅଞ୍ଚଳରେ ବର୍ଷାଦିନେ ଦେଖାଯାଉଥିବା ଜଳାର୍ଣ୍ଣବ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଶ୍ରୀମତି ଷଡଙ୍ଗୀ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଏହି ଡ୍ରେନ ନିର୍ମାଣ ଲାଗି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

 

ସୂଚନାଯୋଗ୍ୟ ଯେ ଡ୍ରେନେଜ ସମସ୍ୟା ଯୋଗୁଁ ନୂଆପଲ୍ଲୀ ଅଞ୍ଚଳରେ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷକରି ଇସ୍କନ ମନ୍ଦିର ସାମନା, ବେହେରା ସାହି ଆଦି ଅଞ୍ଚଳରେ ବର୍ଷା ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ଇସ୍କନ ଅଞ୍ଚଳରୁ ବନ୍ୟାପାଣି ବେହେରା ସାହି ଅଞ୍ଚଳକୁ ଛଡ଼ାଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏଣୁ ବାଟାଲିୟନ ପରିସର ଡ୍ରେନ ନିର୍ମାଣ ହେଲେ ତାହା ବେହେରା ସାହି ଅଞ୍ଚଳର ଏହି ସମସ୍ୟାକୁ ଦୂର କରିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର