ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ତାଙ୍କର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଆଇ ୬୪୬୨ କୋଟି ଟଙ୍କାର ପ୍ରକଳ୍ପ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ମଧ୍ୟରେ ଆରମ୍ଭ କରାଯାଇଛି | ଏହା ଭିତରେ ୩୦ଟି ଅଣ୍ଡରପାସ, ୯ଟି ଫ୍ଲାଏଓଭର, ୪ଟି ଫୁଟ ଓଭରବ୍ରିଜ କାର୍ଯ୍ୟ ଚାଲିଛି | ସେହିପରି ଖୋର୍ଦ୍ଧା ଟାଉନ ବାଇପାସ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି |
ସେହିପରି ଅପରାଜିତା ଘୋଷଣା କରିଛନ୍ତି ଯେ କସ୍ମୋପଲି ପାଖରେ ନିର୍ମାଣ ହେଉଥିବା ଫ୍ଲାଏଓଭର ଅକ୍ଟୋବର ୩୧, ୨୦୨୩ ସୁଦ୍ଧା କାମ ଶେଷ ହେବ | ଏମ୍ସ ପାଖରେ ନିର୍ମାଣ ହେଉଥିବା ଭେଇକିଲ ଅଣ୍ଡରପାସ ଅକ୍ଟୋବର ୩୧, ୨୦୨୩ ସୁଦ୍ଧା କାମ ଶେଷ ହେବ | ସତସଙ୍ଗ ବିହାର ପାଖରେ ଥିବା ଫୁଟ ଓଭରବ୍ରିଜରେ ଲିଫ୍ଟ ଲଗାଯିବାକୁ ଥିବାବେଳେ ୩୧ ଡିସେମ୍ବର, ୨୦୨୩ ସୁଦ୍ଧା ସରିବ | ସେହିପରି ୨୪ କୋଟି ଟଙ୍କାରେ ହଂସପାଳରେ ନିର୍ମାଣ ହେଉଥିବା ଫ୍ଲାଏଓଭରର ୬୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଯାଇଛି | ୩୧ ଡିସେମ୍ବର, ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି ଅପରାଜିତା କହିଛନ୍ତି |