ଅପରାଜିତାଙ୍କୁ ପ୍ରଥମ ସରସ୍ବତୀ ଜୀବନ ଜ୍ଞାନଗୌରବ ସମ୍ମାନ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ ଏମ୍‌ଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍‌ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନଜୀବନ ଗୌରବ ସମ୍ମାନ ମିଳିଛି। ଆଜି ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ୱର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଙ୍କୁ ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ଭାବରେ ବିବେଚିତ କରି ଦେଶର ପ୍ରତିଷ୍ଠିତ ଏମ୍‌ଆଇଟି ବିଶ୍ବବିଦ୍ୟାଳୟ ଏହି ସମ୍ମାନ ପ୍ରଦାନ କରିଛି।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ବନାଥ ଡି କରଟ, ସାଂସଦ ଗିରୀଶ ବାପତ୍, ବିଧାୟକ ସୁନୀଲ କମ୍ୱଲେ, ବିଶିଷ୍ଟ ବୈଜ୍ଞାନିକ ବିଜୟ କୁମାର ଦାସ, ମଗ୍ନେସ କାରତ ପ୍ରମୁଖଙ୍କ ଉପସ୍ଥିତିରେ ଏମ୍‌ଆଇଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର