ଭୁବନେଶ୍ୱର: ଆଚାର୍ଯ୍ୟ ବିହାର ମହିଳା ସମିତି ବାର୍ଷିକ ଉତ୍ସବ ଅବସରରେ ପତ୍ରିକା ‘ଅପରୂପା’ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ କଥାର ସମ୍ପାଦକ ଗୌରହରି ଦାସ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉନ୍ମୋଚନ କରିବା ଅବସରରେ ‘ନାରୀର ଲକ୍ଷ୍ୟ ପୁରୁଷ ସହ ସମାନ ହେବାରେ ସୀମିତ ନ ରହି ପୁରୁଷକୁ ଅତିକ୍ରମ କରିବାରେ ରହିବା ଜରୁରୀ’ ବୋଲି ଗୌରହରି ଦାସ କହିଛନ୍ତି। ଅନ୍ୟତମ ଅତିଥି ଭାବେ ସମାଜସେବୀ ପ୍ରୀତିଛନ୍ଦା ଧଳ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ପୁଜାରିଣୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉପସଭାପତି ରୀତା ମହାନ୍ତି ପରିଚାଳନା କରିଥିଲେ। ସମ୍ପାଦିକା ବବିତା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସମାଜସେବୀ ଆଲୋକ ଶତପଥୀଙ୍କୁ ଓ ମୀରା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଅପରୂପା ଉନ୍ମୋଚିତ
/sambad/media/post_attachments/wp-content/uploads/2018/12/Untitled-22-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)