ଆପୋଲୋରେ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ଯାଞ୍ଚ

ଭୁବନେଶ୍ବର: ଡ୍ରଗ୍‌ସ କଣ୍ଟ୍ରୋଲ ନିର୍ଦେଶାଳୟ ପକ୍ଷରୁ ଆଜି ଆପୋଲୋ ହସ୍ପିଟାଲରେ ଯାଞ୍ଚ କରାଯାଇଛି। ଡ୍ରଗ୍‌ସ କଣ୍ଟ୍ରୋଲର ୨ଜଣିଆ ଟିମ୍‌ ଆପୋଲୋରେ ପହଞ୍ଚି ଓପିଡି ଓ ଆଇପିଡିରେ ଦିଆଯାଉଥିବା ଔଷଧ ଯାଞ୍ଚ କରିଛନ୍ତି। ଏହା ପୂର୍ବରୁ କଳିଙ୍ଗ ଓ ଆମ୍ରି ହସ୍ପିଟାଲରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରାଯାଇଥିଲା। ସୂଚନା ଅନୁସାରେ, ଆଜି ୨ଜଣିଆ ଟିମ୍‌ ହସ୍ପିଟାଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଡ୍ରଗ୍‌ସ କଣ୍ଟ୍ରୋଲର (ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, ଆସନ୍ତାକାଲି ମଧ୍ୟ ଯାଞ୍ଚ ଜାରି ରହିବ। ସଂପୂର୍ଣ୍ଣ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଉଲ୍ଲେଖ ଯେ, କଳିଙ୍ଗ ‌ଓ ଆମ୍ରି ହସ୍ପିଟାଲରେ ପୂର୍ବରୁ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ଯାଞ୍ଚ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କିତ ଉତ୍ତର ୭ଦିନ ଭିତରେ ରଖିବା ପାଇଁ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର