ଭୁବନେଶ୍ବର: ଜାତୀୟସ୍ତରରେ ସାଧାରଣ ନିର୍ବାଚନରେ ବିପୁଳ ସମର୍ଥନ ପାଇବା ପରେ ପୌର ନିର୍ବାଚନରେ ଆମ୍ ଆଦ୍ମି ପାର୍ଟି (ଆପ୍) ପ୍ରଚାର ଜୋର୍ଦାର କରିଛି। ଆଜି ଆପ୍ ମେୟର ପ୍ରାର୍ଥିନୀ ସରୋଜିନୀ ଖୁଣ୍ଟିଆ ଲୋକଙ୍କର ମୌଳିକ ସମସ୍ୟା ସମାଧାନର ପ୍ରତିଶ୍ରୁତି ନେଇ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। ରାସ୍ତାଘାଟରେ ଝାଡ଼ୁ ମାରି ନିର୍ବାଚନୀ ସଙ୍କେତର ପ୍ରଚାର କରିଛନ୍ତି। ତାଙ୍କ ସହିତ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ଟୁନା ସ୍ବାଇଁ, ଦେବାଶିଷ ମହାପାତ୍ର ପ୍ରମୁଖ କାରଗିଲ୍ ବସ୍ତି, କୋର୍ଟ ଅଞ୍ଚଳ, ଶାସ୍ତ୍ରୀ ନଗର, ଗଙ୍ଗନଗର, ନୂଆପଲ୍ଲୀ ବ୍ରିଟ୍ କଲୋନି, ମାଉସୀ ମା’ ଛକ, ଲିଙ୍ଗରାଜ ରୋଡ୍, ବିଜେବିନଗର, ଜୟଦେବବିହାର ପ୍ରଭୃତି ଅଞ୍ଚଳ ବୁଲିଛନ୍ତି। ଦୀର୍ଘ ଦିନ ହେବ ବିଜେଡି ଦଖଲରେ ଥିବା ବିଏମ୍ସିରେ ଏକାଧିକ ମୌଳିକ ସମସ୍ୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସେବାରେ ରହିଥିବା ସମସ୍ୟା ସମାଧାନ ହେବା ସହ କମ୍ ଖର୍ଚ୍ଚରେ ବିଜୁଳି ଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରୋଜିନୀ। ଆଗକୁ ସମସ୍ତ ୱାର୍ଡ ବୁଲି ଳୋକଙ୍କୁ ବୁଝାଇବାକୁ ଯୋଜନା କରିଥିବା ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp