ଘରୋଇ ସହାୟକଙ୍କୁ ସୁବିଧା ସୁଯୋଗ ଦିଆଯାଉ

ଭୁବନେଶ୍ୱର: ଘରୋଇ ସହାୟକଙ୍କୁ ସଙ୍ଗଠିତ କରି ସୁବ୍ୟବସ୍ଥିତ ଭାବେ ଗୃହକର୍ତାଙ୍କ ସହିତ ସମନ୍ଵୟ ରକ୍ଷା କରି ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆବଶ୍ୟକ। ସାମାଜିକ ସୁରକ୍ଷା, ପଞ୍ଜୀକରଣ, ପରିଚୟ ପତ୍ର, କର୍ମସ୍ଥଳରେ ସୁରକ୍ଷା, ଉପଯୁକ୍ତ ପାରିଶ୍ରମିକ, ସରକାରୀସ୍ତରରେ ମିଳୁଥିବା ସୁବିଧାର ସଠିକ୍‌ ବିନିଯୋଗ, ମାଗଣା ଜୀବନ ବୀମା, ବର୍ଷକୁ ୧୫ଦିନ ଛୁଟି ଇତ୍ୟାଦି ସୁବିଧା ସୁଯୋଗ ଯୋଗାଇଦେବାକୁ ଦାବି ହୋଇଛି। ‘ଓଡ଼ିଶା ଜନଶକ୍ତି’ ପକ୍ଷରୁ ଆଜି ଇଡ୍‌କଲ ପ୍ରେକ୍ଷାଳୟରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ଅଣୁ ଓ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ, ‘ମହିଳା ଅଧିକାର ଅଭିଯାନ’ର ସଭାନେତ୍ରୀ ନମ୍ରତା ଚଢା, ଶ୍ରମିକ ନେତା ଦାମୋଦର ମହାପାତ୍ର, ମହିଳା କମିସନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଶ୍ରମିକ ନେତା ସୁର ଜେନା, ଏଲ୍‌.ଡବ୍ଲୁ.ଏସ୍‌.ର ମୋନାଲିସା ଭଞ୍ଜ ପମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ।

‘ଓଡ଼ିଶା ଜନଶକ୍ତି’ର ଅଧ୍ୟକ୍ଷ ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରିଥିବା କାର୍ଯ୍ୟକାରୀ ସଭାପତି ବାସୁଦେବ ଭଟ୍ଟ ଅତିଥି ପରିଚୟ ଏବଂ ଅନୁଷ୍ଠାନର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଗୃହ ସହାୟକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶ୍ରମିକ ନେତ୍ରୀ ରୀନା ରାଉତରାୟ, ନମିତା ପାଲ୍‌, ମାନବାଧିକାର କର୍ମୀ ମମତା ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଗୃହ ସହାୟକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସଙ୍ଗଠନର ଉପସଭାପତି ନିରଦ ଖୁଣ୍ଟିଆ ଏଥିରେ ସଭାପତିତ୍ୱ କରିଥିବା ବେଳେ ଦେବାଶିଷ ମିଶ୍ର ସ୍ୱାଗତ ଭାଷଣ ଏବଂ ଲକ୍ଷ୍ମୀକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର