ଆପୋଲୋ ହସ୍ପିଟାଲ୍‌ରେ ଆଲ୍‌କୋହଲ୍‌ ସେପ୍ଟାଲ୍‌ ଆବ୍ଲେସନ୍‌, ଓଡ଼ିଶାରେ ପ୍ରଥମ

ଭୁବନେଶ୍ବର: ଆପୋଲୋ ହସ୍ପିଟାଲ୍‌, ଭୁବନେଶ୍ବରର ହୃଦରୋଗ ବିଜ୍ଞାନ ବିଭାଗକୁ ନୂଆ ସଫଳତା ମିଳିଛି। ପରିଶ୍ରମ ଯୋଗୁଁ ଅତ୍ୟଧିକ ଧଇଁସଇଁ ହେବା, ଛାତି ଜୋର୍‌ ଧକ୍‌ଧକ ହେବା ଏବଂ ଛାତିରେ ବ୍ୟଥା ଅନୁଭବ କରୁଥିବା ଜଣେ ୩୫ବର୍ଷୀୟ ବ୍ୟକ୍ତିଙ୍କଠାରେ ‘ଆଲ୍‌କୋହଲ୍‌ ସେପ୍ଟାଲ୍‌ ଆବ୍ଲେସନ୍‌’ର ସଫଳ ପ୍ରୟୋଗ କରି ଏହି ସଫଳତା ହାସଲ କରିଛି ଆପୋଲୋ। ହସ୍ପିଟାଲ୍‌ର ଡିପାର୍ଟମେଣ୍ଟ୍‌ ଅଫ୍ ଇଣ୍ଟରଭେନ୍‌ସନାଲ୍‌ କାର୍ଡିଓଲୋଜିର ମୁଖ୍ୟ ପରାମର୍ଶଦାତା ଡାକ୍ତର ବ୍ରଜରାଜ ଦାସଙ୍କ କହିବା ମୁତାବକ, ଓଡ଼ିଶାରେ ପ୍ରଥମଥର ପାଇଁ ଏହାର ସଫଳ ପ୍ରୟୋଗ ହୋଇଛି। ହୃଦୟର ମାଂସପେଶୀ ମଧ୍ୟରେ ପୁରୁଣା ରୋଗରୁ ଅତ୍ୟଧିକ ପୀଡ଼ା ଭୋଗୁଥିବା ରୋଗୀଙ୍କ ରୋଗକୁ ଉପଶମ କରିବାରେ ଏହା ସହଯୋଗ କରିଥାଏ। ହାଇପରଟ୍ରୋଫିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍‌ କାର୍ଡିଓମାୟୋପାଥି ଭଳି ହୃଦରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଲାଗି ଆଲ୍‌କୋହଲ୍‌ ଆବ୍ଲେସନ୍‌ ଭଳି ଉନ୍ନତ ଚିକିତ୍ସା ବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ହାଇପରଟ୍ରୋଫିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍‌ କାର୍ଡିଓମାୟୋପାଥି ରୋଗୀଙ୍କ ପାଇଁ ସଂପ୍ରତି ମେଡିସିନ୍‌, ସର୍ଜରି ଏବଂ ପେସ୍‌ ମେକର୍ସ ଭଳି ସୁବିଧା ଥିବା ବେଳେ ଯେଉଁମାନେ ମେଡିସିନ୍‌ରେ ‌ଭଲ ହୋଇପାରୁନାହାନ୍ତି ସେମାନଙ୍କ ପାଇଁ ଆଲ୍‌କୋହଲ ଆବ୍ଲେସନ୍‌ ସର୍ଜରିର ବିକଳ୍ପ ହୋଇପାରିଛି ବୋଲି ଡାକ୍ତର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର