ଭୁବନେଶ୍ୱର: ନିଶ୍ଚଳ ପ୍ରେମ ଆଗରେ ସବୁ କିଛି ଗୌଣ। ଏପରିକି ଜ୍ଞାନ, ବୈରାଗ୍ୟ, କର୍ମ, ଭକ୍ତି, ରୀତି, ନୀତି ମଧ୍ୟ। ଏହି ପ୍ରେମ ଓ କରୁଣା ହେଉଛି ଭାରତୀୟତାର ବିଭବ। ‘କାଦମ୍ବିନୀ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ମେ’ ଫେୟାରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଶ୍ରୀଭାଗବତ ପରିବାର’ ଦ୍ୱାରା ପ୍ରସ୍ତୁତ ହିନ୍ଦୀ ଆଧ୍ୟାତ୍ମିକ ଗ୍ରନ୍ଥ ‘ଅପ୍ରତିମ ଭାରତ’କୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଆଜି ଏପରି କହିଛନ୍ତି। ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାରତ ଶିଖାଇଥିବା ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବେ ଭବନ୍ତୁ ସୁଖୀନଃ... ବାର୍ତା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ବହି ସମ୍ବନ୍ଧରେ ମତ ରଖି କହିଲେ, ଭାରତୀୟତା ତଥା ଆମ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂପ୍ରାତିକ ଆହ୍ଵାନକୁ ସାମ୍ନା କରିବାକୁ ‘ଅପ୍ରତିମ ଭାରତ’ ପ୍ରେରଣା ଯୋଗାଇବ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ, ବାବା ରାମନାରାୟଣ ଦାସ ମହାରାଜ, ଶ୍ରୀଭାଗବତ ପରିବାରର ଏସ୍ପି ଗୋଏଲ୍, ବୀରେନ୍ଦ୍ର ୟାଗ୍ନିକ ପ୍ରମୁଖ ଭାରତର ବିଶେଷତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀଭାଗବତ ପରିବାରର ଆଗାମୀ ସଂକଳନ ‘ଅନୁପମ ଭାରତ’ ନାମରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଅଶୋକ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ପ୍ରେମ ଓ କରୁଣା ଭାରତୀୟତାର ବିଭବ’
‘ଅପ୍ରତିମ ଭାରତ’ ଲୋକାର୍ପିତ
/sambad/media/post_attachments/wp-content/uploads/2018/07/m1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)