ଭୁବନେଶ୍ୱର: ଇନରହ୍ଵିଲ୍ କ୍ଲବ୍ ଏକାମ୍ର ଭୁବନେଶ୍ୱର ଏବଂ ଅମ୍ବିକା ଫାଉଣ୍ଡେସନ୍ର ମିଳିତ ସହଯୋଗରେ ସୌଭାଗ୍ୟନଗର ଜାଗମରା ରୋଡ୍ରେ ବୃକ୍ଷ ରୋପଣ କରାଯାଇଛି। ଅନେକ ଏପ୍ରିଲ୍ର ପ୍ରାରମ୍ଭକୁ ଏପ୍ରିଲ୍ ଫୁଲ୍ର ବାର୍ତା ଦେଇ ସ୍ୱାଗତ କରୁଥିବା ବେଳେ ଦୁଇ ଅନୁଷ୍ଠାନ ପକ୍ଷରୁ ଏଇ ମାସ ଆରମ୍ଭକୁ ‘ଏପ୍ରିଲ୍ କୁଲ୍’ ଭାବେ ସ୍ୱାଗତ କରାଯାଇଥିଲା। କ୍ଲବ୍ର ସଭାପତି ମମତା ବାଜପେୟୀ, ଫାଉଣ୍ଡେସନ୍ର ମୁଖ୍ୟ ତଥା ସମାଜସେବୀ ଅମ୍ବିକା ମହାରଣାଙ୍କ ସମେତ ସ୍ଥାନୀୟ ବାସିନ୍ଦା, ସମାଜସେବୀ ଯୋଗଦେଇ ଏପ୍ରିଲ୍ରୁ ଗରମ ବଢ଼ୁଥିବାରୁ ଆରମ୍ଭରୁ ପରିବେଶକୁ ଥଣ୍ଡା ରଖିବା ପାଇଁ ଗଛଟିଏ ଲଗାଇବା ସହ ଏପ୍ରିଲ୍ କୁଲ୍ ଉତ୍ସବ ମନାଇବାକୁ ନିବେଦନ କରିଥିଲେ।
ଇନରହ୍ଵିଲ୍ କ୍ଲବ୍, ଅମ୍ବିକା ଫାଉଣ୍ଡେସନ୍ର ଏପ୍ରିଲ୍ କୁଲ୍
/sambad/media/post_attachments/wp-content/uploads/2018/04/satya-april-cool.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)