ଆପ୍ଟିପ୍ଲସର ୨୦୧୮ ଆଇଏଏସ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ନେଇ ସେମିନାର

ଭୁବନେଶ୍ବର: ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ ଏକାଡେମିର ସେମିନାର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଆଇଏଏସ ଅଧିକାରୀ ମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ସେମିନାରରେ ଆପ୍ଟିପ୍ଲସର ଆଇଏଏସ-୨୦୧୮ରେ ସଫଳ ଛାତ୍ରଛାତ୍ରୀ ରାହୁଲ ଜୈନ, ସାୱନ କୁମାର, କେ. ସଜଲ ଏବଂ ସୋମାଲିନ ଶୁଭଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ତାଙ୍କର ସଫଳତାର କାହାଣୀ କହିଥିଲେ। ଓଡ଼ିଶାରୁ କିପରି ଅଧିକ ଛାତ୍ରଛାତ୍ରୀ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଲାଭ କରିବେ ଏହି ସେମିନାରର ଉଦ୍ଦେଶ୍ୟ ବୋଲି ଆପ୍ଟିପ୍ଲସର ନିର୍ଦେଶକ ଡ. ସୁସିଜିତ ସାହୁ କହିଥିଲେ। ଆଇଏଏସ-୨୦୧୮ ପରୀକ୍ଷାରେ ଆପ୍ଟିପ୍ଲସର ୪୧ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ଏବଂ ମାନିକ ଘୋଷ ୩୧ ତମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର