ଭବନେଶ୍ୱର: ଆରାଧାନା ଡ୍ୟାନ୍ସ ଏକାଡେମି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସ୍ୱାକ୍ଷର’ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଆଲୋକା କାନୁନ୍‌ଗୋ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ବ୍ରହ୍ମାନନ୍ଦ ଦାସ, ଅନୁଷ୍ଠାନର ଉପସଭାନେତ୍ରୀ ସ୍ମିତା ପ୍ରଧାନ, ଅନ୍ତର୍ଜାତୀୟ ମର୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ପାରାମେଡିକାଲର ମହାନିର୍ଦ୍ଦେଶକ ରାଜେନ୍ଦ୍ରନାଥ ସମନ୍ତରାୟ, ସଭ୍ୟ ଟୁକୁନା ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶୀରେ ଆରାଧନା, ପ୍ରଣାମ ଉତ୍କଳ, ସୋଲୋ ନୃତ୍ୟ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଚିତ୍ରସେନ ସ୍ୱାଇଁ ନୃତ୍ୟ ନିର୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ଗୁରୁ ଡ.ବିଜୟ କୁମାର ଜେନା, ହରପ୍ରିୟା ସ୍ୱାଇଁ ଓ ସୁକାନ୍ତ କୁମାର କୁଣ୍ଡୁ ଏବଂ ବାଦ୍ୟରେ ସହଯୋଗ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରୀ।