ଅରଣ୍ୟାନୀର ୨୮ତମ ବାର୍ଷିକ ଉତ୍ସବ

ଭୁବନେଶ୍ବର: ଅରଣ୍ୟାନୀ ଅନୁଷ୍ଠାନ ପକ୍ଷରୁ ହୋଟେଲ ନ୍ୟୁ ମାରିଅନ୍‌ଠାରେ ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାର୍ଷିକ ପତ୍ରିକା ‘ସବୁଜିମା’ ଲୋକାର୍ପିତ ହୋଇଛି। ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକାରର ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମରେ ୪ଜଣ ମହିଳା ଜଙ୍ଗଲ ଅଧିକାରୀଙ୍କୁ ବନଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ‘ଆଶ୍ରୟ’ ସ୍କୁଲର ୧୨ଜଣ ଛାତ୍ର ଓ ସ୍କୁଲ ପରିଚାଳକଙ୍କୁ ପୁରସ୍କୃତ କରାଯାଇଛି।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ସୁଜାତା ରଥ, ଉପସଭାପତି ନିଧି ପୋପଲି, ସଂପାଦିକା ଜ୍ୟୋତି ପନ୍ଥ, କୋଷାଧ୍ୟକ୍ଷ ମେନକା ମଲ୍ଲିକ, ସହ ସଂପାଦିକା ଅମୃତା ରାଗିଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବାର୍ଷିକ ପତ୍ରିକା ସଂପାଦିକା ଶୈଳ ନାୟକ ଧନ୍ୟବାଦ ଦେଇଥିଲେ। ଅରଣ୍ୟାନୀ ହେଉଛି, ଇଣ୍ଡିଆନ୍ ଫରେଷ୍ଟ ଅଫିସର୍ସ ୱାଇଭ ଆସୋସିଏସନ୍, ଯେଉଁଥିରେ ୭୫ଜଣ ସଦସ୍ୟା ବିଭିନ୍ନ ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟ କରିଥାନ୍ତି।

ସମ୍ବନ୍ଧିତ ଖବର